Header Ads Widget

6/recent/ticker-posts

ଏକ ଅପୂର୍ବ ପ୍ରେମ

             ଭଲପାଇବା ଏକ ଏମିତି ଜିନିଷ କେତେ ବେଳେ, କେଉଁଠି ? କାହା ସହିତ ହେଇଯିବ, କହି ହେବ ନାହିଁ ।

            କିଛି ବର୍ଷ ତଳର କଥା । ଗୋଟେ ପୁଅ ଥିଲା ତା'ର ନାଁ ରାକେଶ ଏବଂ ଗୋଟେ ଝିଅ ଥିଲା ତା'ର ନାଁ ରିତୁ ‌। ଏହି ଦୁଇ ଜଣଙ୍କର ଛଅ ମାସର ବନ୍ଧୁତ୍ୱ ଥିଲା । ତାପରେ ଏହି ବନ୍ଧୁତ୍ୱ ଏତେ ବଢ଼ିଗଲା ଯେ, ପ୍ରିୟ ସାଙ୍ଗ ଠାରୁ ଅଧିକ କହିଲେ କମ୍ ହେବ ‌। 

ଦିନେ ରାକେଶର ମନରେ ଭାବନା ଆସିଲା- ରିତୁ ତା"ପାଇଁ କ'ଣ ଭାବୁଛି ? 
ଏହି ଭାବନାରେ ରାକେଶ, ରିତୁକୁ ଭଲପାଇ ବସିଲା । ଏମିତି ଦିନ ପରେ ଦିନ ଗଡି ଚାଲିଲା । ଥରେ ରାକେଶ, ରିତୁ କୁ ତା'ର ମନ କଥା କହିଦେଲା ‌। ତାପରେ ରିତୁ, ରାକେଶ ଉପରେ ବହୁତ ରାଗିଗଲା । ସେହି ସମୟ ଠାରୁ ରାକେଶ ତା' ରାସ୍ତାରେ ଆଉ ରିତୁ ତା' ରାସ୍ତାରେ... ସେଇଠୁ ରାକେଶ ଏକ ଦୃଢ ନିଷ୍ପତ୍ତି ନେଲା- 
        ମୁଁ ଆଉ ରିତୁ କୁ ଭଲ ପାଇବିନି କି ? ତା' ବିଷୟରେ ବି ଭାବିବି ନାହିଁ ?
      ତା'ପର ଠାରୁ ରାକେଶ, ରିତୁ କୁ ଭୁଲିବାକୁ ଲାଗିଲା । ଆଉ ରାକେଶ ତା'ର ନୂଆ ଜୀବନ ଆରମ୍ଭ କଲା । ଏମିତି ସମୟ ବିତି ଚାଲିଲା । ହୋଇଗଲା ଦୁଇ ବର୍ଷ... 
       ଏହି ସମୟରେ ରାକେଶ ବହୁତ ଖୁସିରେ ଥିଲା । ଥରେ ତା'ର ସାଙ୍ଗ ସୋମ୍ୟ ତାକୁ କହିଲା- ରାକେଶ ମୋତେ ଗୋଟିଏ ସାହାଯ୍ୟ କରିବୁ ?

ରାକେଶ କହିଲା କ'ଣ ? 

ସୋମ୍ୟ କହିଲା - ମୋତେ ମୋର ଜଣେ ସାଙ୍ଗ ସହିତ one side Love ହେଇଯାଇଛି । ଚାଲ୍ ନା ଟିକେ ମୋର setting କରିଦେବୁ ।

ରାକେଶ କହିଲା- ଠିକ୍ ଅଛି...କରିଦେବି । କିନ୍ତୁ ମୋର ଗୋଟିଏ condition ?

ତାପରେ ସୋମ୍ୟ କହିଲା- କ'ଣ condition ? 

ରାକେଶ କହିଲା- ଯେତେବେଳେ ତୋର setting ହୋଇ ସାରିବା ପରେ, ତୁ ତୋ chatting ରେ ବ୍ୟସ୍ତ ରହିବୁ । ମୁଁ ସେତେବେଳେ କ'ଣ କରିବି ? ସେଥିପାଇଁ ଆମ ସାଙ୍ଗ ହିମାଂଶୁ ମଧ୍ୟ ଯିବ । 
           ତାପରେ ସୋମ୍ୟ ହଁ କହିଲା ପରେ, ତିନି ଜଣ ସାଙ୍ଗ ରାକେଶ, ସୋମ୍ୟ ଆଉ ହିମାଂଶୁ ଯେତେବେଳେ ସେହି ଯାଗାରେ ପହଞ୍ଚିଲେ । ରାକେଶ ଦେଖିଲା ସେଠାରେ ରିତୁ ଛିଡ଼ା ହୋଇଛି । ତାପରେ ସୋମ୍ୟ, ରିତୁ ସାମ୍ନାକୁ ଗଲା ଆଉ ରାକେଶ ଆଉ ହିମାଂଶୁର Introduce କରାଇଲା ।

ତା'ପର ଠାରୁ ରିତୁ, ସୋମ୍ୟ  ଆଉ ହିମାଂଶୁ କଥା ବାର୍ତ୍ତାରେ ବ୍ୟସ୍ତ ରହିଲେ । କିନ୍ତୁ ରାକେଶ ଚୁପ୍ ଥିଲା । ଏମିତି ୧୫ ମିନିଟ ପରେ... ସୋମ୍ୟ ଆସିଛି ରାକେଶ କାନ ପାଖରେ କହିଲା- please bro ରିତୁ ଆଉ ମୋର setting କରି ଦେଇ ନା । 

ରାକେଶ କହିଲା - ଠିକ୍ ଅଛି ଏବେ କରିଦେବି ।ସେ ଦିନ india vs australia cricket match ଥିଲା । ରିତୁ ଆଉ ସୋମ୍ୟ ଗୋଟିଏ mobile ରେ match ଦେଖିଲେ । ରାକେଶ mobile ରେ charge ନଥିଲା ସେଥିପାଇଁ ହିମାଂଶୁ mobile ରେ ରାକେଶ match ଦେଖିଲା । 


କିଛି ସମୟ ପରେ ରିତୁ ହିମାଂଶୁ କୁ କହିଲା- ତୁମ ସାଙ୍ଗ ରାକେଶ ତୋ ଆଗରୁ ଏମିତି ନଥିଲା । ଏବେ କାହିଁକି ବଦଳି ଗଲା ? 
ହିମାଂଶୁ କହିଲା- ସବୁ କିଛ ଗୋଟେ ଝିଅ ପାଇଁ ହେଇଛି । ସେଥିପାଇଁ ରାକେଶ ବଦଳି ଗଲା ।
କିନ୍ତୁ ହିମାଂଶୁ ଜାଣିନଥିଲା ଯେ, ସେ ଝିଅ ରିତୁ ବୋଲି.. କିଛି ସମୟ ପରେ ରିତୁ ଆସି ରାକେଶ କୁ କହିଲା- ତୋ ସହିତ ଗୋଟେ କଥା ଅଛି ?

ରାକେଶ କହିଲା କ'ଣ ? ଏଇଠି କହ !

ରିତୁ କହିଲା ନାଇଁ personal ! ସୋମ୍ୟ ଏହି ସବୁ କଥା ଶୁଣି କିଛି ବୁଝି ପାରୁ ନଥାଏ । ରାକେଶ ଆଉ ରିତୁ ଛାତ ଉପରକୁ ପଳେଇଲେ । ରିତୁ, ରାକେଶ କୁ ପଚାରିଲା- ତୋ ମନରେ କ'ଣ ଏବେବି ମୋ ଉପରେ ରାଗ ଅଛି ? 
ରାକେଶ ଚୁପ୍ ରହିଲା !
ରିତୁ ପୁଣି ଥରେ କହିଲା - ତୋତେ ଏଠାକୁ ଆଣିବା ପାଇଁ ସୋମ୍ୟ ଆଉ ମୁଁ ଗୋଟେ planning 
କରିଥିଲୁ ।
       Because I love you.. 
ସେତେବେଳେ ରାକେଶ କ'ଣ କହିବ ବୁଝି ପାରୁ ନଥାଏ । କିଛି ସମୟ ଗଲା ପରେ ରାକେଶ ହଁ
କହିଲା ।


          ସେଦିନ ଠାରୁ, ଏମିତି ରାକେଶ ଆଉ ରିତୁ ର  ଭଲପାଇବା ଚାଲିଲା । ଆଜି ବି ମଧ୍ୟ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି ।

Post a Comment

0 Comments