ଗୋଟିଏ ଗାଁ ରେ ଗୋଟେ ବୁଢ଼ୀ ଟିଏ ରହୁଥିଲା । ତା'ର ଦୁଇଟି ପୁଅ, ଗୋଟିଏ ଝିଅ । ତା'ର ସ୍ୱାମୀ କିଛି ବର୍ଷ ପୂର୍ବେ ମରିଯାଇଥିଲା ସେ ବୁଢ଼ୀଟି ଏତେ ଗରିବ ଥିଲା ଯେ,
ଦୁଇ ଉଳି ଦୁଇ ମୁଠା ଖାଇବାକୁ ପାଉନଥିଲା କି ତାର ଛୁଆମାନଙ୍କୁ ଠିକ୍ ସେ ଖାଇବାକୁ ଦେଇ ପାରୁ ନଥିଲା ।
ବିଚାରି ବୁଢ଼ୀଟି ବାର ଘରେ ବାର ଦୁଆରେ କାମ କରି ନିଜ ପରିବାରର ପେଟ ପୋଷୁଥିଲା । ବୁଢ଼ୀର ବଡ଼ ପୁଅ ଟି ଭଲ ପାଠ ପଢେ । ଥରେ ସେ ଜିଦ୍ କଲା - ମୁଁ ଇଞ୍ଜିନିୟରିଂ ପଢିବି । ବଡ଼ ପୁଅର ଜିଦ୍ ଦେଖି ବିଚାରି ବୁଢ଼ୀ ମନା ମଧ୍ୟ କରି ପାରୁ ନଥାଏ । ବୁଢ଼ୀ ଟି ଭାବୁଥାଏ, କରିବ ତୋ କରିବ କ'ଣ ? ଏତେ ଟଙ୍କା ଆଣିବ କେଉଁଠୁ ?
ଏ କଥା ଯେତେବେଳେ ଗାଁ ଲୋକେ ଜାଣିଲେ । ସମସ୍ତେ ହସିଲେ ଆଉ କହିଲେ- ନିଜର Aukaat ଅନୁସାରେ ପାଠ ପଢ ନା ଯେତିକି ନାଇଁ ସେତିକି ଚିନ୍ତା କରୁଛି । ଗାଁ ରେ କାମ କଲେ ଦୁଇ ପଇସା ରୋଜଗାର କରିବୁ ପାଠରେ କିଛି ନାହିଁ । ଏମିତି ଅନେକ କଥା କହିଲେ । କିନ୍ତୁ ବୁଢ଼ୀ ଆଉ ତାର ପୁଅ କାହାରି କଥାକୁ ଶୁଣନ୍ତି ନାହିଁ । ଗୋଟିଏ କାନରେ ଶୁଣି ଆଉ ଗୋଟେ କାନରେ ବାହାର କରିଦିଅନ୍ତି ।
ପୁଅ ଟି ଇଞ୍ଜିନିୟରିଂ ପଢିଲା । ବୁଢ଼ୀ ଟି ଅନେକ ଦୁଃଖ କଷ୍ଟ ମଧ୍ୟ ସହିଲା । ପୁଅ ଟି ସହରର କିଛି ଛୁଆମାନଙ୍କୁ Tuition କରି ଆଉ କିଛି ଯାଗାରେ Part time job କରି ନିଜର ଇଞ୍ଜିନିୟରିଂ Complete କରୁ କରୁ ବଡ଼ ବଡ଼ କମ୍ପାନୀ ରୁ ତା'ପାଇଁ ଚାକିରି ଆସିଲା ।
ଆଉ ତାର ପରିବାରକୁ ବଞ୍ଚିବାର ଏକ ନୂଆ ଦିଗ ମିଳିଗଲା । ତାର ବିଚାରି ମାଆକୁ ଆଜି ଘର ଘର ବୁଲିବାକୁ ପଡୁନି ।
ସେଥିପାଇଁ ଲୋକଙ୍କ କଥା ଏତେ ବି ଶୁଣ ନି ଯେ, ସେମାନେ ଯାହା କହିବେ ତାହା କରିବ । "ଲୋକମାନେ ଆଜି ବି କହିବେ, କାଲି ବି କହିବେ ଆଉ ମଲା ପରେ ମଧ୍ୟ କହିବେ-
ରାମ ରାମ ସତ୍ୟ ହେ,
ହରି ରାମ ସତ୍ୟ ହେ ।।
ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଭାଗ୍ୟ କୁ ଦୁଶ ଦେଇଥାନ୍ତି । କୁହନ୍ତି ମୋ ଭାଗ୍ୟରେ ଏଇଟା ନାହିଁ, ସେଇଟା ନାହିଁ ।
ଭାଗବତ ଗୀତା ରେ ଶ୍ରୀକୃଷ୍ଣ କହିଛନ୍ତି - ମୁଁ କାହିର ଭାଗ୍ୟ ତିଆରି କରିନି, ମଣିଷ ନିଜର କର୍ମ ଅନୁସାରେ ଭାଗ୍ୟ ତିଆରି କରିଥାଏ । ଆଜି ଯାହା ମଣିଷର ଭାଗ୍ୟ ରେ ଅଛି ତାହା ଅତୀତରେ କରିଥିବା କର୍ମ ର ଫଳ, ଯାହା ଆଜି କର୍ମ କରୁଛି ତାହା ଭବିଷ୍ୟତରେ ପ୍ରାପ୍ତ ହେବ । ଏମିତି ବି କିଛି କର୍ମ ଅଛି ଯାହା ମାତା ପିତାଙ୍କ ଦ୍ବାରା ସନ୍ତନମାନେ ମଧ୍ୟ ଭୋଗି ଥାନ୍ତି ।
ତୁମ କର୍ମ ହଁ ତୁମଙ୍କୁ ଲୋକମାନଙ୍କ ପାଖରେ ଚିହ୍ନେଇ ଥାଏ ନା କି ତୁମର ଭାଗ୍ୟ ।
0 Comments